Latest Odisha News

ସୁଭଦ୍ରା ରାଜନୀତି: ବିଜେଡିକୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ମୋଟ ୧ କୋଟି ୮ ଲକ୍ଷ ମହିଳା ପାଇବେ ସୁଭଦ୍ରା ସହାୟତା

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିଆସୁଛନ୍ତି । ସୁଭଦ୍ରା ଯୋଜନାରେ ସରକାର ଲୋକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ସମାଲୋଚନା କରିଛି ବିଜେଡି । ଯାହାକୁ ନେଇ ଆଜି ପୁଣି କଡା ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୧ କୋଟି ୮ ଲକ୍ଷ ମହିଳା ସୁଭଦ୍ରା ସହାୟତା ପାଇବେ । ରାଜ୍ୟରେ ଏବେ ୨ କୋଟି ୨୫ ଲକ୍ଷ ମହିଳା ୨୧ରୁ ୬୦ବର୍ଷ ବର୍ଗରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୧ କୋଟି ମହିଳାଙ୍କୁ ଛାଡିଦେଲେ ଅନ୍ୟ ମହିଳାମାନେ ସ୍ବଚ୍ଛଳ ବର୍ଗର । ତେଣୁ ପ୍ରାୟ ୧ କୋଟି ୮ ଏକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଯଦି ଏଥିରେ ଆଉ କିଛି ମହିଳା ପାଇବେ ବୋଲି ବିଜେଡି ଅନୁଭବ କରେ, ତାହାଲେ ମୋତେ ଚିଠି ପଠାଇବେ ଏବଂ ମୁଁ ସମସ୍ତଙ୍କୁ ଦେବି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏଥିସହିତ ବିଜେଡିର ସମାଲୋଚନାକୁ କାଉଣ୍ଟର କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଲଲିପପ୍ ଦେଖାଉଥିବା ଲୋକଙ୍କୁ ସବୁ ଲଲିପପ୍ ହିଁ ଦେଖାଯାଏ । ବିଜେପି ଯାହା କହିଛି ସେଥିପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.