Latest Odisha News

BREAKING NEWS

ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗୋବର୍ଦ୍ଧନ ପୀଠର ଜମିଜମା ସଂପର୍କିତ ସମସ୍ୟା ବିଷୟରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଆଜି ଉପମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଗୋବର୍ଦ୍ଧନ ପୀଠର ପୀଠାଧିଶ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହିତ ମଠର ଜମିଜମା ସଂପର୍କିତ ସମସ୍ୟାର ସମାଧାନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଖୁବଶୀଘ୍ର ଜମିଜମା ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ପୁରୀ ସଦର ଚନ୍ଦନପୁର ସ୍ଥିତ ପଞ୍ଚବଟୀ ଗୋଶାଳା ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନତିକରଣ ଓ ଆଲୋକୀକରଣ କାର୍ଯ୍ୟ ର ଉଦଘାଟନ କରିଥିଲେ । ରାଜ୍ୟରେ ଗୋ-ସମ୍ପଦର ସୁରକ୍ଷା, ଜୈବିକ କୃଷି ଓ କୃଷକଙ୍କୁ ପ୍ରଶିକ୍ଷଣ ଦିଗରେ ଉପମୁଖ୍ୟମନ୍ତ୍ରୀ ଗୋଶାଳାର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସେପଟେ ରାଜ୍ୟ ସରକାର ପୁରୀକୁ ସବୁବେଳେ ବିଶେଷ ଗୁରୁତ୍ବ ଦେଇ ଆସୁଛନ୍ତି । ସରକାରରେ ଯେକେହି ବି ରୁହନ୍ତୁ ପୁରୀର ଉନ୍ନତି ସମସ୍ତଙ୍କର ମୁଖ୍ୟ ଦାୟିତ୍ଵ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ରଥଯାତ୍ରା ସମୟରେ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗୋବର୍ଦ୍ଧନ ପୀଠ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦରୁ ବଞ୍ଚିତ ହୋଇଥିବା ବେଳେ ଆଜି ଗୁରୁଜୀଙ୍କ ଦର୍ଶନ ସହିତ ଆଶୀର୍ବାଦ ନେଇ ନିଜକୁ ଭାଗ୍ୟବାନ ମନେ କରିଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ।

Comments are closed.