କଟକ:କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ଅଫିସ୍, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ରେଡ୍ କରାଯାଇଛି । ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ସୂଚନାଥାଉକି, ସେ ଜନୈକ ବ୍ୟବସାୟୀଙ୍କଠାରୁ ପୁରୀର ଗୋପରେ ତାଙ୍କର କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ ପଶ୍ଚିମବଙ୍ଗକୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ହଜାର ଟଙ୍କା ଦାବି କରୁଥିଲେ । ଏହି ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।