Latest Odisha News

ଅତ୍ୟଧିକ କାମ ଚାପ ଯୋଗୁ ୟୁପି ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିମଶେଳ କୁମାର ଔଦିଚ୍ୟ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ତାଙ୍କ ପତ୍ନୀ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ କାର୍ଯ୍ୟାଶୈଳୀ ଉପରେ ପ୍ରଶ୍ନ ଛିଡ଼ା କରିଛି।

ପୁଲିସର ସୂଚନା ଅନୁସାରେ, ମଙ୍ଗଳବାର ବିମଳେଶ କୁମାର ମୁମ୍ବାଇର ତିଲକ ନଗରର ତାରା ଗଗନ ହାଉସିଂ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ରାଜୱାଡ଼ି ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶରୀର ଅତ୍ୟଧିକ ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଆଦିତ୍ୟାଙ୍କ ଆତ୍ମହତ୍ୟାର କାରଣ ପଚାରିବାରୁ ତାଙ୍କ ପତ୍ନୀ ପୁଲିସ ଆଗରେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି। ବିମଳେଶଙ୍କ ପତ୍ନୀଙ୍କ ସୂଚନା ଅନୁସାରେ, ବିମଳେଶ ୟୁପି ସରକାରଙ୍କ ପର୍ଯ୍ୟଟନ ବିଭାଗରେ କାର୍ଯ୍ୟ କରୁଥିଲେ। ଲକ୍ଷ୍ନୌରେ ତାଙ୍କୁ ବିଭାଗର ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ପରେ ତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ମୁମ୍ବାଇ ବିଶ୍ୱ ବାଣିଜିକ କେନ୍ଦ୍ର ପାଖରେ ତାଙ୍କ ଅଫିସ ରହିଥିଲା

ତେବେ ସେ ଘରୁ ବାହାରେ ରହୁଥିବାରୁ ତାଙ୍କର ମାନସିକ ଚାପ ବଢ଼ିଥିଲା। ଏଥିପାଇଁ ଦୁଇ ମାସ ପୂର୍ବରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାମ କରିବାକୁ କୁହାଯାଇଥିଲା। ଅତ୍ୟଧିକ କାମ ଚାପ ଯୋଗୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ହେଲେ ଏନେଇ ସେ ଥାନାରେ କୌଣସି ମାମଲା କରି ନଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.