Latest Odisha News

BREAKING NEWS

ତାତୁଛି ଫେବ୍ରୁଆରୀ, ଚାଷୀଙ୍କ ଲାଗି ପାଣିପାଗ ବିଭାଗ ଜାରି କଲା ଆଡଭାଇଜରି

ନୂଆଦିଲ୍ଲୀ: ଉତ୍ତରଭାରତ ସହ ଦେଶର ଅଧିକାଂଶ ଅଞ୍ଚଳରେ ଫେବ୍ରୁଆରୀରୁ ଆରମ୍ଭ ହୋଇ ଯାଇଛି ଗରମ । ପାଣିପାଗ ବିଭାଗ ଅନୁସାରେ, ଗୁଜରାଟ, ରାଜସ୍ଥାନ, ଗୋଆ ଓ ଉପକୂଳ କର୍ଣ୍ଣାଟକରେ ସର୍ବାଧିକ ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିଛି । ଯାହାକି ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ଅଧିକ ।

ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିବ । ପାରଦ ବଢ଼ିବା ଦେଖି ପାଣିପାଗ ବିଭାଗ କୃଷକଙ୍କୁ ସତର୍କ କରିଛି । ବିଶେଷକରି ପଞ୍ଜାବ, ହରିୟାଣା ଓ ରାଜସ୍ଥାନର କୃଷକଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି ।

ଦିନରେ ଅତ୍ୟଧିକ ତାପମାତ୍ରା ଗହମ ଫସଲକୁ କ୍ଷତି ପହଞ୍ଚାଇ ପାରେ । ତେଣୁ ଗ୍ରୀଷ୍ମ ପ୍ରବାହକୁ ଦେଖି ଫସଲରେ ସ୍ୱଳ୍ପ ପାଣି ସିଞ୍ଚିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ମାଟି ନରମ ରଖିବାକୁ ଫସଲ ଓ କିଆରି ମଧ୍ୟରେ ମାଟି ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଫେବ୍ରୁଆରୀ ଗରମ କାହିଁକି ?

ଉତ୍ତର ସହ ପଶ୍ଚିମ ଭାରତରେ ଏବେ ତାପମାତ୍ରା ବଢ଼ୁଛି । ସାଧାରଣତଃ ଫେବ୍ରୁଆରୀ ମାସରେ ଶକ୍ତିଶାଳୀ ପଶ୍ଚିମା ଝଡ଼ ଦେଖିବାକୁ ମିଳିଥାଏ । ଯାହା ଫଳରେ ବର୍ଷା ହେବା ଦ୍ୱାରା ତାପମାତ୍ରା ଅଧିକ ବୃଦ୍ଧି ପାଇ ନଥାଏ । କିନ୍ତୁ ଚଳିତ ବର୍ଷ ଶକ୍ତିଶାଳୀ ପଶ୍ଚିମା ଝଡ଼ ପରିବର୍ତ୍ତେ ଦୁର୍ବଳ ପଶ୍ଚିମା ଝଡ଼ ସକ୍ରିୟ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି ।

Leave A Reply

Your email address will not be published.