ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ବନ ବିଭାଗ ଅଧୀନରେ ଥିବା ବିସ୍ରା ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ଅସିତ ପଟ୍ଟନାୟକଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗିରଫ କରିଛନ୍ତି।
ସେ ଏପ୍ରିଲ ମାସର ସରକାରୀ କାର୍ଯ୍ୟ ପାଇଁ ନିୟୋଜିତ ଏକ ଗାଡ଼ିର ବିଲ୍ କରାଇଦେବା ଲାଗି ଜଣେ ଗାଡ଼ିର ମାଲିକଙ୍କଠାରୁ ବେଆଇନ ଭାବେ ଟଙ୍କା ଦାବି କରିଥିଲେ। ଏଥିସହିତ୍ ମେ ୧ ରୁ ପୁନର୍ବାର ନିୟୋଜିତ କରିବାର ପ୍ରତିଶ୍ରୁତି ଦେଇଥିଲେ।
ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଡେପୁଟି ରେଞ୍ଜର ତାଙ୍କ ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।
Comments are closed.