ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ନିଜକୁ ଗଡ୍ମ୍ୟାନ୍ ପରିଚୟ ଦେଉଥିବା ବିବାଦୀୟ ରାମ ରହୀମ ସିଂ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡ ଭୋଗୁଛନ୍ତି।
ଜୁନ୍ ୩ ତାରିଖରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଆଜି ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Comments are closed.