Latest Odisha News

BREAKING NEWS

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହିତ ଶନିବାର ରବିବାର ଦିନ ପୁଣି ସଟଡାଉନ ରହୁଥିବାରୁ ଦୋକାନ ବଜାର ବନ୍ଦ ରହୁଛି । ବାହାରୁ ଆସୁଥିବା ଲୋକେ ମଧ୍ୟ ବହୁ ହଇରାଣ ହେଉଛନ୍ତି

BjdElectrycity

ଏହାକୁ ଦୃଷ୍ଟିରେ ରଖି ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ନେଇ ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଘସିଏନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ, ବିସ୍କୁଟ, କେକ ଆଦି ବଂଟନ କରଯାଉଛି । ନିଜେ ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ଡାକ୍ତରଖାନା ପରିସରରେ ପହଂଚି ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରିଥିଲେ ।

ସେହିପରି ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ବ୍ଲକ ଏବଂ ଏନଏସି ଅଂଚଲର ପ୍ରାୟ ଚାରି ହଜାର ଗରିବ ପରିବାରକୁ ରାସନ ସାମଗ୍ରୀ ବଂଟନ କରିଛନ୍ତି । ଆହୁରି ମଧ୍ୟ ପାଟଣାଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମରେ କର୍ମୀ ମାନଙ୍କ ଦ୍ୱାରା ମାସ୍କ ବଂଟନ, ଘର ଘର ବୁଲି ପଲ୍ସ ଅକ୍ସିମିଟର ଏବଂ ଥର୍ମୋର୍ମିଟର ଦ୍ୱାରା ଲୋକଙ୍କ ପରୀକ୍ଷା କରୁଛନ୍ତି । ଯେଉଁମାନଙ୍କ କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଖାନାକୁ ପଠାଯାଉଛି । ତେବେ ବିଧାୟକଙ୍କ ଏହିପରି କାମକୁ ନେଇ ଅଂଚଳବାସୀ ଅନେକ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.