ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । କେଉଁଠି ବର ହେଲିକପ୍ଟରରେ ଆସନ୍ତି ତ କେଉଁଠି ଘୋଡାରେ ଚଢି । କାହା ବାହାଘର କେତେ ଆଡମ୍ବରରେ ହେଉଛି ସେଥିପାଇଁ ମଧ୍ୟ ହୁଏ ପ୍ରତିଯୋଗିତା । ପାଣି ପରେ ବହିଯାଏ ଅର୍ଥ । ହେଲେ ଏ ବାହାଘରରେ ଆଡମ୍ବର ନାହିଁ କିନ୍ତୁ ସ୍ମରଣୀୟ । ବର ସହ ବରଯାତ୍ରୀ ଆସୁଛନ୍ତି । ହେଲେ ବର ବାଇକରେ ବରଯାତ୍ରୀ କୁକୁର । ଏମିତି ଏକ ଭିଡିଓ ଭାଇରାଲ ହୋଇଛି ।
ହୁଏତ ବର ନିଜ ବାହାଘରକୁ ସ୍ମରଣୀୟ କରାଇବାକୁ ଚାହୁଁଥିଲେ । କିମ୍ବା କୁକୁର ପ୍ରତି ଭଲ ପାଇବାର ନିଦର୍ଶନ ବି ହୋଇପାରେ । ଯାହା ବି ହେଉ ୟୁଜର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି ।
ଜଣେ ବ୍ୟକ୍ତି ବାହାଘରରେ ବର ବେଶରେ ବାଇକ ଚଢି ଆସୁଛନ୍ତି । ଓ୍ବାଇନ କଲର ସେରଓ୍ବାନି ପିନ୍ଧି ବେଶ ହାଣ୍ଡସମ ଲାଗୁଛନ୍ତି । ବାଇକ ଉପରେ ବସିଛି ତାଙ୍କ ପୋଷା କୁକୁର । ପାଖରେ ଛିଡ଼ା ହୋଇଥିବା ବରଯାତ୍ରୀମାନେ ଏପରି ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି ।
ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଦର୍ଶନ ନନ୍ଦୁ ପୋଲ ନାମକ ଜଣେ ବ୍ୟକ୍ତିଙ୍କ ଆାକାଉଣ୍ଟରୁ ଏହା ସେୟାର କରାଯାଇଛି । ଏହି ଭିଡିଓଟିକୁ ୪ ଦିନରେ ପ୍ରାୟ ୧.୭ ମିଲିୟନ ଦର୍ଶକ ଦେଖିଲେଣି । କୁକୁର ମଣିଷର ବନ୍ଧୁତ୍ବର କଥା କାହିଁ କେଉଁ କାଳରୁ ରହିଆସିଛି । ତେବେ ଏପରି ଏକ ଭିଡିଓ ପୁଣି କୁକୁର –ମଣିଷ ଭିତରେ ଥିବା ନିବିଡ ସଂପର୍କକୁ ଆହୁରି ଜୀବନ୍ତ କରିଛି ।
View this post on Instagram
Comments are closed.