Latest Odisha News

BREAKING NEWS

କୁମ୍ବଲେଙ୍କୁ ପଛରେ ପକାଇବା ସହ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ରାୱଲପିଣ୍ଡି: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ  ଇଂଲଣ୍ଡ ୭୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ ୱିକେଟ ହାସଲରେ ଭାରତର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି । କୁମ୍ବଲେ ୯୫୬ ୱିକେଟ ନେଇଥିବା ବେଳେ ଆଣ୍ଡରସନ ଆନ୍ତର୍ଜାତୀୟ କ୍ରିକେଟରେ ୯୫୯ ୱିକେଟ ଅକ୍ତିଆର କରିଛନ୍ତି । ଜଣେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବାରେ କୀର୍ତିମାନ ସ୍ଥାପନ କରିଛନ୍ତି ।

ତେବେ ଓଭରାଲ ୱିକେଟ ହାସଲରେ ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ମୁଥୟା ମୁରଲୀଧରନ । ସେ ୧୩୪୭ ୱିକେଟ ନେଇଥିବା ବେଳେ ଅଷ୍ଟ୍ରେଲିଆର ଶେନ ୱର୍ଣ୍ଣ ୧୦୦୧ ୱିକେଟ ହାସଲ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଶୀର୍ଷରେ ରହିଛନ୍ତି ଆଣ୍ଡରସନ । ୨୨ ବର୍ଷ ପରେ ପାକିସ୍ତାନକୁ ତାର ମାଟିରେ ଇଂଲଣ୍ଡ ହରାଇବାରେ ସଫଳ ହୋଇଛି । ଏହି ମ୍ୟାଚରେ, ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୪ଟି ଶତକ ବଳରେ ୬୫୭ ରନ କରିଥିଲା । ସେହିପରି ପାକିସ୍ତାନ ତାର ପ୍ରଥମ ପାଳିରେ ୫୭୯ ରନ କରି ୭୮ ରନ ପଛରେ ରହିଥିଲା । ପୁଣି ଥରେ ଇଂଲଣ୍ଡ ତାର ଦିତୀୟ ପାଳିରେ ୨୬୪ କରି ଡିକ୍ଲେରସନ କରି ପାକିସ୍ତାନ ଆଗରେ ୩୪୩ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରୁଥିବା ଆୟୋଜକ ପାକିସ୍ତାନ ଶେଷ ଦିନରେ ୨୬୮ରନରେ ତାର ସମସ୍ତ ୱିକେଟ ହରାଇ ପରାଜିତ ହୋଇଛି ।

Leave A Reply

Your email address will not be published.