ଗଜପତି: ଗାଲାପାଜୁ ଗାଁରେ ଦେଶୀ ବନ୍ଧୁକ କାରଖାନା ଠାବ । ଏହି ଘଟଣାରେ ୨ ଗିରଫ ହୋଇଛନ୍ତି ଓ ୧୨ ବନ୍ଧୁକ ସହ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ଯୋଗାଉଥିଲେ ବନ୍ଧୁକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତର ଗୋଲାପାଜୁ ଗ୍ରାମରେ। ଗ୍ରାମର ଘନଶ୍ୟାମ ପ୍ରଧାନ ଦୀର୍ଘବର୍ଷ ଧରି ଏକ ପାହାଡ଼ରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା କରିଥିଲେ ।
ଖବର ପାଇ ମୋହନା ଓ ଅଡ଼ବା ପୋଲିସ ମିଳିତରେ ଚଢ଼ାଉ କରିଥିଲେ । ଦେଶୀ ବନ୍ଧୁକ ତିଆରି କାରଖାନା ଅଭିଯୋଗରେ ଘନଶ୍ୟାମ ପ୍ରଧାନ ଓ କ୍ରୟ କରିଥିବା ହରିଶ୍ଚନ୍ଦ୍ର ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଥାଉକି, ବନ୍ଧୁକ ଗୁଡିକ ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲା ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଇଛି।
କେଉଁମାନେ ବେନାମୀ ଦେଶୀ ବନ୍ଧୁକ କ୍ରୟ କରିଛନ୍ତି, ସେମାନଙ୍କୁ ତଦନ୍ତ ପରିସରକୁ ଆଣି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
Comments are closed.