Latest Odisha News

BREAKING NEWS

୨୦୦୬ରୁ ପଡ଼ିଲାଣି ପୂର୍ଣ୍ଣଚ୍ଛେଦ, ହେଲେ ଏବେ ବି ମୁଣ୍ଡ ଟେକିଛି ବାଲ୍ୟବିବାହ

ନୂଆଦିଲ୍ଲୀ: ଦେଶରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିପାଇଁ ଶିଶୁ ବିବାହ ନିରାକରଣ ଆଇନ ୨୦୦୬ ଠାରୁ ହିଁ ପ୍ରଚଳିତ ହେଇ ଆସୁଛି। କିନ୍ତୁ ଏବେ ବି ବାଲ୍ୟ ବିବାହର  ପାଦ୍ରୁର୍ଭାବ ରାଜ୍ୟ ତଥା ଦେଶରେ ରହିଛି।

ରିପୋର୍ଟ କହୁଛି, ଭାରତରେ ୨୦୨୨ରେ ୧୦୦୨ଟି ବାଲ୍ୟବିବାହ ହୋଇଛି। ସେଥିରେ ଓଡ଼ିଶାରେ ବାଲ୍ୟବିବାହ ସଂଖ୍ୟା ରହିଛି ୪୬। ଜାତୀୟ ଶିଶୁ ଅଧିକାର ସୁରକ୍ଷା ସୁରକ୍ଷା କମିସନ (ଏନ୍‌ସିପିସିଆର୍‌)ଙ୍କ ଦ୍ବାରା ଉନ୍ମୋଚନ ହୋଇଥିବା ବାଲ୍ୟ ବିବାହ ସଂପର୍କିତ ୬୦୦ ପୃଷ୍ଠାର ବିସ୍ତୃତ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ୨୦୨୨ରେ କର୍ଣ୍ଣାଟକରେ ସର୍ବାଧିକ ୨୧୫, ଆସାମରେ ୧୬୩ ଓ ତାମିଲନାଡ଼ୁରେ ୧୫୫ଟି ବାଲ୍ୟ ବିବାହ ହୋଇଛି। ଏନ୍‌ସିପିସିଆର୍‌ଙ୍କ ଦ୍ବାରା ୨୦୨୪ ଏପ୍ରିଲ ୧ରୁ ଏପ୍ରିଲ ୨୩ ମଧ୍ୟରେ ଦେଶର ୭୮୪ ଜିଲ୍ଲାରେ ପ୍ରଥମେ ଆଭାସୀ ବ୍ୟବସ୍ଥାରେ ବାଲ୍ୟ ବିବାହ ନିବାରଣ ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ଏହାପରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଂଚଳର ୫୯୬ ଜିଲ୍ଲାରୁ  ସଂଗୃହୀତ ତଥ୍ୟ ଆଧାରରେ କମିସନଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରିପୋର୍ଟ ଅନୁସାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ୨୪ଟି ଜିଲ୍ଲାର ତଥ୍ୟ ମିଳିଥିଲା। ରାଜ୍ୟର ୨୪ଟି ଜିଲ୍ଲାରେ ଆୟୋଜିତ ୩୦,୮୬୭ଟି ସଚେତନତା କାର୍ଯ୍ୟକ୍ରମରେ ୩,୯୩,୯୨୨ ‌ଲୋକ ଭାଗନେଇଥିଲେ। ଅଧିକାରୀ ଓ ପଦାଧିକାରୀଙ୍କ ୬୫,୬୧୧ଟି ବୈଠକ ଆୟୋଜନ କରାଯାଇଥିଲା। ଏଥି ସହିତ ୨୪ଟି ଜିଲ୍ଲାରେ ମ୍ୟାପିଂ କରାଯାଇଥିବା ୨୬,୪୧୫ଟି ସ୍କୁଲରୁ ୧୧,୦୫୩ ଅସୁରକ୍ଷିତ ଶିଶୁଙ୍କ ଚିହ୍ନଟ କରାଯାଇଥିଲା।

Leave A Reply

Your email address will not be published.