Latest Odisha News

ଶିକ୍ଷୟିତ୍ରୀରୁ OAS, ଜଞ୍ଜାଳ ଭିତରେ ସ୍ୱପ୍ନ ସାକାର

ଝାରସୁଗୁଡ଼ା: ପେଶାରେ ଶିକ୍ଷୟିତ୍ରୀ । ତା ସାଙ୍ଗକୁ ପରିବାରର ବୋଝ । ତଥାପି ସେ ହାର୍ ମାନି ନାହାଁନ୍ତି । ବ୍ୟସ୍ତ ବହୁଳ ଜୀବନରେ ବ୍ୟତିବସ୍ତ ନହୋଇ ସଫଳତା ପାଇଛନ୍ତି । ଜଣେ ଶିକ୍ଷୟିତ୍ରୀରୁ ସେ ହୋଇଛନ୍ତି OAS । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା ଗୀତାଞ୍ଜଳି ନାୟକ OPSC ପରୀକ୍ଷାରେ ୩୦୯ ରାଙ୍ଗରେ ଉତୀର୍ଣ୍ଣ ହୋଇଛନ୍ତି ।

ପିଲାଟି ଦିନରୁ ଆଖି ଖରାପ ଥିବା ସତ୍ତ୍ୱେ କଠିନ ଅଧ୍ୟବ୍ୟବସାୟ ଓ ଇଚ୍ଛାଶକ୍ତି ଦ୍ୱାରା ସବୁ କିଛି ସମ୍ଭବ ହୋଇ ପାରିଛି । ସ୍ୱାମୀ ଓ ୫ ବର୍ଷର ଛୁଆକୁ ନେଇ ଗୀତାଞ୍ଜଳିଙ୍କ ସଂସାର । ସ୍ୱାମୀ ଅରୁଣ ପଟେଲ ଜଣେ କିଡନୀ ରୋଗୀ ।  ପାଠପଢ଼ା ସହ ସ୍ୱାମୀ ଓ ଛୁଆର ଯତ୍ନ ନେଇ ଜଞ୍ଜାଳ ଭିତରେ ସ୍ୱପ୍ନକୁ ସାକାର କରିଛନ୍ତି ସେ । ଗୀତାଞ୍ଜଳିଙ୍କ ସଫଳତାକୁ ନେଇ ପରିବାର ବେଶ୍ ଖୁସି । ଏବେ ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆଗକୁ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ଯ ରଖିଛନ୍ତି ।

Leave A Reply

Your email address will not be published.