Latest Odisha News

BREAKING NEWS

ରାଜ୍ୟରେ ବଢୁଛି ତାପମାତ୍ରା

ଭୁବନେଶ୍ୱର: ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ତୀବ୍ର ବୃଦ୍ଧି ପାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଶନିବାର ଦିନ କୁହାଯାଇଛି ଯେ ସମୁଦ୍ରରୁ ଭୂପୃଷ୍ଠ ଆଡକୁ ପ୍ରବାହିତ ପବନ ଧିର ହେଉଛି ଏବଂ ପଶ୍ଚିମ-କେନ୍ଦ୍ରୀୟ ସୀମାଠାରୁ ପ୍ରବାହିତ ଗରମ ପବନ ଯୋଗୁଁ ଦିନର ତାପମାତ୍ରାରେ ତୀବ୍ର ବୃଦ୍ଧି ପାଉଛି ।

ଗତ ୨୪ ଘଣ୍ଟାରେ ଶନିବାର ସକାଳ ୮.୩୦ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଦିନର ତାପମାତ୍ରା ଭବାନୀପାଟଣା ଏବଂ ପାରାଲାଖେମୁଣ୍ଡିରେ ୩୭ ଡିଗ୍ରୀ ସର୍ବାଧିକ ସେଲସିୟସ ଥିଲାବେଳେ କଟକ (୩୪), ଭୁବନେଶ୍ୱର (୩୫.୪), ଅନୁଗୁଳ (୩୫.୯) ରେ ସର୍ବାଧିକ ଥିଲା। ବରିପଡା (୩୪.୫), ତାଳଚର (୩୪.୧), ବଲାଙ୍ଗୀର (୩୬), କୋରାପୁଟ (୩୪.୫), ଫୁଲବାଣୀ (୩୪), ଟିଟଲାଗଡ (୩୬.୨), ମାଲକାନଗିରି (୩୫.୮), ସୋନପୁର (୩୫), ନୟାଗଡ଼ (୩୬), ବୌଦ୍ଧ (୩୫.୫) ଏବଂ ରାୟଗଡା (୩୫) ରହିଥିଲା।

ଆଇଏମଡି ପକ୍ଷରୁ ଶନିବାର ଦିନ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନର ବେଗ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ବୋହିବା ସହ ଝଡବର୍ଷା ଆଶଙ୍କା ଥିବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି।

ସେହିପରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, କାଳାହାଣ୍ଡି, ନୁଆପଡା, ବାଲାଙ୍ଗୀର, ଏବଂ ସମ୍ବଲପୁର, ନବରଙ୍ଗପୁର, ନୁଆପଡା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.