ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଫଳରେ ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି । ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ ଗଞ୍ଜେଇ ଗଛ ଲାଗିଥିବା ଖବର ପାଇଥିଲେ । ଏହାପରେ ଛେଣ୍ଡିପଦା ଥାନା ଅଧିକାରୀ, ଅନୁଗୋଳ ଏସ୍ଡ଼ିପିଓ ଏବଂ ଛେଣ୍ଡିପଦା ତହସିଲଦାର ଙ୍କ ନେତୃତ୍ୱରେ ଏକ ଟିମ୍ ମିଳିତ ଭାବେ ଘଟଣାସ୍ଥଳକୁ ଯାଇ ଚଢାଉ କରିଥିଲା ।
କଂକୁରପାଳ ବଡଯୋରା ନାଳ ଅବବାହିକାର ପ୍ରାୟ ୨୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୨୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଥିଲା । ଏବଂ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଗିରଫ ଯୁବକ ମାନେ କଙ୍କୁରପାଳ ଗାଁର ଅରୁଣ ମାଝୀ ଓ ପପୁନ ବେହେରା ବୋଲି ଜଣାପଡିଛି ।
Comments are closed.