Latest Odisha News

BREAKING NEWS

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ ଗଞ୍ଜେଇ ଗଛ ଲାଗିଥିବା ଖବର ପାଇଥିଲେ  ।  ଏହାପରେ  ଛେଣ୍ଡିପଦା ଥାନା ଅଧିକାରୀ, ଅନୁଗୋଳ ଏସ୍ଡ଼ିପିଓ ଏବଂ ଛେଣ୍ଡିପଦା ତହସିଲଦାର ଙ୍କ ନେତୃତ୍ୱରେ ଏକ ଟିମ୍  ମିଳିତ ଭାବେ ଘଟଣାସ୍ଥଳକୁ ଯାଇ ଚଢାଉ କରିଥିଲା ।

କଂକୁରପାଳ ବଡଯୋରା ନାଳ ଅବବାହିକାର ପ୍ରାୟ ୨୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ଚାଷ ହୋଇଥିବା ୨୦ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଥିଲା ।  ଏବଂ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି  । ଗିରଫ ଯୁବକ ମାନେ କଙ୍କୁରପାଳ ଗାଁର ଅରୁଣ ମାଝୀ ଓ ପପୁନ ବେହେରା ବୋଲି ଜଣାପଡିଛି ।

Leave A Reply

Your email address will not be published.