Latest Odisha News

BREAKING NEWS

ଯାଜପୁର: ସୁକିନ୍ଦା ବ୍ଲକ ଛୁଇଁଲା କରୋନା, ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର : ଆଜି ଯାଜପୁର ଜିଲ୍ଲାରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୫ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬୪ ରେ ପହଞ୍ଚିଛି। ଏଥିମଧ୍ୟରୁ ୪୧୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୫୩ ଟି ଆକ୍ଟିଭ କେସ ରହିଛି। ଯାଜପୁରର ସୁକିନ୍ଦା ବ୍ଲକକୁ ଛୁଇଁଛି କରୋନା । ପ୍ରଥମ ଥର ପାଇଁ ଆଜି ଏହି ବ୍ଲକରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ବିଞ୍ଝାରପୁର ବ୍ଲକର ୧୫ ଜଣ, ବଡଚଣା ବ୍ଲକର ୪ ଜଣ, ସୁକିନ୍ଦା ବ୍ଲକର ୩ ଜଣ, ଦଶରଥପୁର ବ୍ଲକର ୨ ଜଣ ଓ ବରୀ ବ୍ଲକର ଜଣେ।

ଏମାନେ ସମସ୍ତେ ବାହାର ଦେଶ ଓ ରାଜ୍ୟରୁ ଫେରି ଟି.ଏମ୍.ସି ଏବଂ ହୋମ କ୍ବାରେନଣ୍ଟାଇନ୍ ରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.