Latest Odisha News

BREAKING NEWS

ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ନୂଆ ୭୮ ପଜିଟିଭଙ୍କ କେସ୍ ହିଷ୍ଟ୍ରି

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ସୁନଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୮ ନୂଆ ଭୂତାଣୁ ସଂକ୍ରମିତ । ଏମାନଙ୍କ ଭିତରୁ ୧୭ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେମାନେ ରାଜ୍ୟ ବାହାରୁ ଫେରିଥିଲେ । ୫୮ ଜଣ ପୂର୍ବରୁ ଆକ୍ରାନ୍ତଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ କରୋନା ଯୋଦ୍ଧା ବି ବାହାରିଛନ୍ତି ପଜିଟିଭ୍ । ସେମାନେ ରାଉରକେଲା ବିପିୟୁଟିରେ କାର‌୍ୟ୍ୟରତ ଥିଲେ । କରୋନାରେ ସଂକ୍ରମିତ ହୋଇଛନ୍ତି ଜଣେ ଗର୍ଭବତୀ । ଗତକାଲି ସେ କୋଭିଡ୍ ହସ୍ପିଟାଲରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି ।

ଲୋକାଲ୍ କେସ୍ ବାହାରିଥିବା ଅଞ୍ଚଳକୁ ପ୍ରଶସାନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଘରେ ରହିବା ସହ ନିଜେ ନିଜର ଯତ୍ନ ନେବାକୁ କହିଛି ପ୍ରଶାସନ ।

ସୁନ୍ଦରଗଡ଼ ଜିଲ୍ଲାରେ ଚାରି ଶହ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୋଟ୍ ୪୭୧ ପଜିଟିଭ୍ ଚିହ୍ନଟ ହେଲେଣି ।

Leave A Reply

Your email address will not be published.