Latest Odisha News

ରାଜ୍ୟର ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ଆସିଲା ତଥ୍ୟ

ଭୁବନେଶ୍ୱର: ଆଜି ଓଡ଼ିଶାରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଚିହ୍ନଟ ହୋଇଥିବା ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଦୁଇ ଭଉଣୀ । ଜଣଙ୍କ ବୟସ ୧୧ ଓ ଅନ୍ୟ ଜଣଙ୍କ ବୟସ ୧୫ବର୍ଷ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗୋଟିଏ ପରିବାର ୧୩ତାରିଖରେ ନାଇଜେରିଆରୁ ଫେରିଥିଲେ । ସରକାରଙ୍କ ଗାଇଡ଼ଲାଇନ୍ ଅନୁଯାୟୀ, ସେମାନେ କ୍ୱାରେଣ୍ଟାଇନରେ ରହିଥିଲେ । ଏହାପରେ ଟେଷ୍ଟ କରାଯାଇଥିଲା । ପରୀକ୍ଷା ପରେ ୨ଭଉଣୀ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ସେମାନଙ୍କ ବାପା, ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ପୂର୍ବରୁ ରାଜ୍ୟରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏବେ ମୋଟ୍ ୪ଜଣ ଓମିକ୍ରନରେ ଆକ୍ରାନ୍ତ । ଓମିକ୍ରନ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Comments are closed.