Latest Odisha News

BREAKING NEWS

ରାଜ୍ୟସଭା ନିର୍ବାଚନ ଲଢ଼ିବେ ଦେବଗୌଡା

ବାଙ୍ଗଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭା ନିର୍ବାଚନ ଲଢ଼ିବା ନେଇ ରାଜି ହୋଇଛନ୍ତି । ଜେଡିଏସ ପ୍ରତିଷ୍ଠାତା ରାଜ୍ୟସଭା ପ୍ରାଥୀ ହେବାକୁ ଯାଉଛନ୍ତି ବୋଲି ପୁତ୍ର ଏଚଡି କୁମାରସ୍ୱାମୀ ଟୁଇଟ କରିଛନ୍ତି । କଂଗ୍ରେସର ଅନୁରୋଧକ୍ରମେ ଦେବଗୌଡା ଏଥିନେଇ ରାଜି ହୋଇଥିବା ଜଣାପଡିଛି । ପୂର୍ବରୁ ଲୋକସଭା ନିର୍ବାଚନ ହାରିବା ପରେ ସେ ଆଉ ସଂସଦର ଉଚ୍ଚ ସଦନକୁ ଯିବେ ନାହିଁ ବୋଲି କହିଥିଲେ ।

ଜୁନ ୧୯ରେ ୪ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଦେଇଛି । କଂଗ୍ରେସ ପାଖରେ ୬୮ ସିଟ ରହିଛି । ମଲ୍ଲିକାର୍ଜୁନ ଖାଡଗେଙ୍କୁ କଂଗ୍ରେସ ମନୋନୀତ କରିଛି । ହାତରେ ଆଉ ସିଟ ବଳୁଥିବାରୁ ଜେଡିଏସ ସମର୍ଥନରେ ଦେବଗୌଡାଙ୍କୁ ପଠାଇବା ପାଇଁ କଂଗ୍ରେସ ଯୋଜନା କରୁଛି ।

Leave A Reply

Your email address will not be published.