Latest Odisha News

BREAKING NEWS

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ୨ କର୍ମଚାରୀଙ୍କୁ କରୋନା

ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

BjdElectrycity

ସେହିପରି ସେନା ଶିବିରକୁ ଯାଇଥିବା ୮ ଜଣ ଯବାନଙ୍କୁ କ୍ୱାରେଂଟିନ୍‌ରେ ରଖାଯାଇଛି । ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଥିବା ଏଥିସହ ପୁରା ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

ଆଜି ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ମଧ୍ୟାହ୍ଣରେ ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛି ।

Leave A Reply

Your email address will not be published.