Latest Odisha News

BREAKING NEWS

୨୨ରେ ଦେବସ୍ନାନ ପୂର୍ଣ୍ଣିମା; ୨୦ ସୁଦ୍ଧା ସରିବ ସମସ୍ତ ପ୍ରସ୍ତୁତି

ପୁରୀ: ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା କୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୭ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଛତିଶା ନିଯୋଗ । ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତି ଥିବାରୁ ଏହା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି ।

ତେବେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ। ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନର୍ଦ୍ଦେଶ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ସମୟ ଭୋର ୪ଟା ରୁ ୬ ପର୍ଯ୍ୟନ୍ତ ରହିଛି । ସେହିପରି ଦିନ ୨ଟାରେ ଛେରା ପହଁରା ନୀତି ହେବ । ୨ଟା ୪୦ରେ ହାତୀ ବେଶ ହେବ । ୬ଟା ୩୦ ରୁ ୯ଟା ୩୦ ମଧ୍ୟରେ ସାହାଣ ମେଲା ଦର୍ଶନ ରହିଛି । ୧୦ ଟା ୩୦ରୁ ୧ଟେ ମଧ୍ୟରେ ବାହୁଡା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି । ୧ଟା ୩୦ରେ ସୂନା ଚିତା ଓ ରାହୁ ରେଖା ମଇଲମ ନୀତି କରାଯିବ ।

ଚଳିତବର୍ଷ ତିଥିରେ କ୍ଷୟ କାରଣରୁ ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ଅଣସରନୀତି ୧୩ ଦିନ ପଡୁଛି । ଯେଉଁଦିନ ନେତ୍ରୋତ୍ସବ ସେହିଦିନ ପଡୁଛି ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ଯାହା ସେବାୟତ ଓ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଆସନ୍ତା ସ୍ନାନ ପୂର୍ଣ୍ଣିମା ଓ ରଥାଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ନେଇ ସେବାୟତ ମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଏହି ବୈଠକରେ କହିଛନ୍ତି ସେବାୟତ ମାନେ ।

Leave A Reply

Your email address will not be published.