Latest Odisha News

BREAKING NEWS

ଆସିଲା ରାୟ; ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା

ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲର)ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭନ୍ନାକୁ ଆଜୀବନ କାରାଦଣ୍ଡ । ତାର ଘରୋଇ ସହାୟିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ପ୍ରଜ୍ୱଳ ରେଭନ୍ନାକୁ ଦଣ୍ଡିତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେଭନ୍ନାକୁ ମଧ୍ୟ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଏହି ମାମଲାରେ କୋର୍ଟ ସର୍ବାଧିକ ଦଣ୍ଡ ଦେଇଛନ୍ତି । ପୀଡିତା ତା ଉପରେ ବଳାତ୍କାର ଭିଡିଓ ପ୍ରସାରଣ କରିବାର ଅଭିଯୋଗ ମଧ୍ୟ ଲଗାଇଥିଲେ ।

ହାସନ ଜିଲ୍ଲାର ହୋଲେନାରସିପୁରାରେ ରେଭନ୍ନା ପରିବାରର ଫାର୍ମହାଉସରେ ଘରୋଇ ସହାୟିକା ଭାବରେ କାମ କରୁଥିବା ମହିଳା ଅଭିଯୋଗ କରିଥିଲେ ଯେ ପ୍ରଜ୍ୱଳ ରେଭନ୍ନା ୨୦୨୧ ମସିହାରୁ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲା । ଏହି ସମୟ ମଧ୍ୟରେ ସେ ଏକ ରେକର୍ଡିଂ ମଧ୍ୟ କରିଥିଲା ଏବଂ ଧମକ ଦେଇଥିଲା ଯେ ଯଦି ସେ ତାଙ୍କ ସହ ହୋଇଥିବା ଘଟଣା ବିଷୟରେ କାହାକୁ କୁହନ୍ତି, ତେବେ ସେ ଭିଡିଓଟିକୁ ଭାଇରାଲ କରିଦେବ ।

ସାଂସଦ ଏବଂ ବିଧାୟକ ପାଇଁ ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୁଦ୍ଧରେ ବଳାତ୍କାର, ଅପରାଧିକ ଧମକ ଏବଂ ଅବୈଧ ଅନ୍ତରଙ୍ଗ ଫଟୋ ପ୍ରସାରଣ ସମେତ ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ଶୁକ୍ରବାର ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଶନିବାର ତାକୁ ଦଣ୍ଡ ଦିଆଯାଇଥିଲା ।

ପୀଡିତାଙ୍କ ପକ୍ଷରୁ ହାଜର ହୋଇ ସ୍ୱତନ୍ତ୍ର ସରକାରୀ ଓକିଲ ବି.ଏନ୍. ଜଗଦୀଶ କୋର୍ଟକୁ କହିଥିଲେ ଯେ, ପୀଡିତାଙ୍କୁ ବାରମ୍ବାର ବଳାତ୍କାର କରାଯାଇଥିଲା, ବ୍ଲାକମେଲ୍ କରାଯାଇଥିଲା ଏବଂ ଯୌନ ନିର୍ଯାତନାର ଭିଡିଓ ଦେଖିବା ପରେ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ।

Comments are closed.