Latest Odisha News

BREAKING NEWS

ସରକାରୀ ଜମିରେ ରାଜ କରୁଛନ୍ତି ଠିକାଦାର, ଅଭିଯୋଗ ପରେ ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ସ୍କୁଲ ପାଲଟିଛି ଠିକା ସଂସ୍ଥାର ଶିବିର। ସରକାରୀ ଜମିରେ ନିଜର ଯାନ୍ତ୍ରୀକ ମେସିନ ରଖି ଚଳାଇଛନ୍ତି ବ୍ଯବସାୟ। ସ୍ଥାନୀୟ ପ୍ରଶାସନ ସବୁ ଦେଖିଥିଲେ ବି ସବୁ ଦେଖି ନଦେଖିଲା ଭଳି ପଳାଇ ଯାଉଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ ଜୁଆଙ୍ଗସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଠିକାଦାର କବଜା କରିଛନ୍ତି।

ବିଦ୍ୟାଳୟ ପରିବେଶ ଭିତରେ ଜେସିବ ମେସିନ ,ଟ୍ରାକ୍ଟର ଆଦି ରଖିବା ସହ ବିଦ୍ୟାଳୟ ଗୃହ ଭିତରେ ବେଡ଼ ପଡିଛି ,ଗ୍ୟାସ ଚୁଲା ଓ ଠିକାସଂସ୍ଥାର ବିଭିନ୍ନ ଜିନିଷ ପତ୍ର ରଖାଯାଇଅଛି । ଅର୍ଥାତ ବିଦ୍ୟାଳୟ ପାଲଟିଛି ଠିକାସଂସ୍ଥାର କ୍ୟାମ୍ପ । ଖାଲି ଏତିକି ନୁହେଁ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇ ଦୁରୋପଯୋଗ କରାଯାଉ ଥିବାର ଅଭିଯୋଗ ଆସିଛି।

୨୦୧୯ରେ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ନେଇ ନୂଆ ନିୟମ ଆସିବା ପରେ ବାଦ ପଡିଥିଲା ମକୁଆକାଟେଣୀର ଜୁଆଙ୍ଗସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଆଉ ଏହି ସ୍କୁଲଟି ପଞ୍ଚାୟତରାଜ୍ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଯାହାର ସମ୍ପୁର୍ଣ୍ଣ ଦାୟିତ୍ବ ସ୍ଥାନୀୟ ସରପଞ୍ଚଙ୍କ ହାତରେ ନ୍ୟସ୍ତ। ମାତ୍ର ୨୦୧୯ ମସିହା ପରେ ବିଦ୍ୟାଳୟକୁ କବଜା କରି ନେଇଥିଲେ ସ୍ଥାନୀୟ ଠିକାସଂସ୍ଥାର ମାଲିକ ।

ଠିକାସଂସ୍ଥାର ମାଲିକଙ୍କ ମତାମତକୁ ନେଇ ଦ୍ଵନ୍ଦ ଏବେ ବଢ଼ିବାରେ ଲାଗିଛି । ବାବୁ ଜଣଙ୍କ ୧୫ ଦିନ ହେବ ବିଦ୍ୟାଳୟକୁ କବଜା କରିଛନ୍ତି ନା ୨୦୧୯ ମସିହା ପରଠାରୁ ନିଜ ଅକ୍ତିଆରରେ ରଖିଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ଦୀପାମଞ୍ଜରୀ ସାହୁ କହିଛନ୍ତି ଯେ ସେ ଏ ବିଷୟରେ କିଛି ଜାଣିନାହାନ୍ତି କି ତାଙ୍କୁ କେହି କିଛି କହି ନାହାନ୍ତି। ଯିଏ ବେଆଇନ ଭାବେ କାର୍ଯ୍ୟ କରୁଥିବେ ତାଙ୍କ ବିରୋଧରେ ଆକ୍ସନ ନେବାକୁ ସେ ଦାବି କରିଛନ୍ତି ।

ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଖବର ପାଇବା ପରେ କଙ୍କଡାହାଡ଼ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି।

Leave A Reply

Your email address will not be published.