Latest Odisha News

BREAKING NEWS

ତାନ୍ତ୍ରିକକୁ କାହିଁକି ହତ୍ୟା କଲା ଯୁବକ?

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଯାଜପୁର, ସୁକିନ୍ଦା ଥାନା ବନ୍ଧଗାଁ ରେ ଅଭାବନୀୟ ଘଟଣା। ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ଦେଲେ ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି। ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।

ସୂଚନା ମୁତାବକ ବନ୍ଧ ଗାଁର ଶାନ୍ତନୁ ବେହେରା ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଛନ୍ତି। ସ୍ତ୍ରୀ ଙ୍କୁ ଗୁଣି ଗାରେଡି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁଙ୍କ ଠାରୁ ପଇସା ନେଇଥିଲେ। ଆଜି ତାନ୍ତ୍ରିକ ଜଣକ ସେହି ଗାଁକୁ ଆସି ଶାନ୍ତନୁଙ୍କୁ ପଇସା ମାଗିଥିଲେ।ଏହାକୁ ନେଇ ଆଜି ଦିନ ୧୧ ଟା ସମୟରେ ଅଭିଯୁକ୍ତ ଶାନ୍ତନୁ ବେହେରା ରାଗରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ।

ଘଟଣାସ୍ଥଳରେ ତାନ୍ତ୍ରିକର ମୃତ୍ଯୁ ହୋଇଥିବା ବେଳେ ଶାନ୍ତନୁ ବେହେରା ଧାରୁଆ ଅସ୍ତ୍ର କୁ ଧରି ସୁକିନ୍ଦା ଥାନାରେ ସମର୍ପଣ କରିଛି। ସୁକିନ୍ଦା ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.