Latest Odisha News

BREAKING NEWS

ନୂତନ ବିଏମସି ବିଲଲ୍ଡିଂ ଏବଂ ଓ’ହବ୍ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର:  ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ନୂତନ ବିଏମସି ବିଲ୍ଡିଂ ଏବଂ ଓ ’ ହବ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଭୟ ପ୍ରକଲ୍ପ ନିର୍ମାଣକାର୍ଯ୍ୟର ଅଗ୍ରଗତି ସହ ଠିକ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦୁଇଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖାଯାଇଛି । ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଓ ’ ହବ୍‌ରେ ଦ୍ୱୀତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି । ସେଠାରେ ଇନକ୍ୟୁବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ବ ଦେଇଛନ୍ତି । ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ୫ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଆଇଟି କମ୍ପାନୀ ଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେଇପାରିବ ।

୫ଟି ସଚିବଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଶୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ ମିଶ୍ର, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟଚେଡର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.