Latest Odisha News

BREAKING NEWS

ପୁରସ୍କାର ପାଇଁ ଚୟନ କରାଯିବା ନେଇ ଫିଲ୍ମ ଫେୟାର ଉପରେ କଙ୍ଗନା କ୍ଷୁବ୍ଧ, ମାନହାନୀ କେସ କରିବେ

ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ ଅନୈତିକ ପୁରସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ ହେବାକୁ ଚାହୁଁନି । ସେମାନେ ମୋ ନାମ ପୁରସ୍କାର ତାଲିକାରେ ସାମିଲ କରି ଅପମାନିତ କରିଛନ୍ତି । ଏହା ବ୍ୟତୀତ ବାରମ୍ବାର ଫୋନ କରି ମୋର ସମୟ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି । ମୋର ମାନହାନୀ ହୋଇଥିବାରୁ ମୁଁ କେସ କରିବି । ୨୦୧୪ ପରଠାରୁ କଙ୍ଗନା ଫିଲ୍ମଫେୟାର ପୁରସ୍କାରଠାରୁ ନିଜକୁ ଦୂରେଇ ରଖିଛନ୍ତି । ୬୭ତମ ଫିଲ୍ମ ଫେୟାର ନୋମିନେଶନ ତାଲିକା ଜାରୀ କରାଯାଇଛି । ରଣବୀର ସିଂଙ୍କ ୮୩ ପାଇଁ ଶ୍ରେଷ୍ଠ ଅଭିନେତା ଓ କଙ୍ଗନାଙ୍କୁ ଥାଲାଇଭି ପାଇଁ ନୋମିନେଟ କରାଯାଇଛି । କୁଇନ କଙ୍ଗନା ଏବେ ଏମରଜେନ୍ସି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.