ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ୨୦୧୯-୨୦ ବାର୍ଷିକ ଆର୍ଥିକ ବଜେଟ ଉପସ୍ଥାପନ ହୋଇଛି, ଏହା ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ନୂତନ ଭାରତ ଗଠନରେ ଏହି ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ବଜେଟଟି ଆଶା ଓ ଆକାଂକ୍ଷାର ବଜେଟ ହେବା ସହ ଭାରତର ବିକାଶରେ ଏହା ଅନେକ ସହାୟକ ହେବ ବୋଲି ମୋଦୀ କହିଛନ୍ତି ।
ଏହି ବଜେଟ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହା ଉଦ୍ୟୋଗି କରଣ, ଦେଶରେ ମହିଳାଙ୍କ ସମ ଭାଗିତାରେ ବୃଦ୍ଧି, ଟିକସ ବ୍ୟବସ୍ଥାକୁ ସରଳି କରଣ ତଥା ଏହି ବଜେଟ ସହ ଅତ୍ୟାଧୁନିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।
ବଜେଟର ପ୍ରମୁଖ ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ଦେଶର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହ ମଧ୍ୟବିତ ଜନସାଧାରଣଙ୍କ ସହାୟକ ହେବ । ଦେଶର କୃଷି କ୍ଷେତ୍ରକୁ ବଦଳାଇବାରେ ଏହା ଦିଗଦର୍ଶନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଏକବିଂଶ ଶତାବ୍ଦୀରେ ଦେଶର ବିକାଶଧାରାକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି ।
ଏହା ଗରିବମାନଙ୍କ ମାନଦଣ୍ଡରେ ଉନ୍ନତି ଆଣିବା ସହ ଦେଶର ଯୁବ ଗୋଷ୍ଠୀକୁ ଏକ ସୁନେଲି ଭବିଷ୍ୟତ ପ୍ରଦାନ କରିବ । ମୋଦି ସରକାର ପୁନଃବାର ନିର୍ବାଚିତ ହୋଇ ଆସିବା ପରେ ଏହା ହେଉଛି ସରକାରଙ୍କର ପ୍ରଥମ ବଜେଟ, ପ୍ରଧାନମନ୍ତ୍ରୀ ଭାରତ ପାଇଁ ଦେଖିଥିବା ସ୍ୱପ୍ନ ଏହି ବଜେଟର ସାକାର କରିପାରିବା ଭଳି ମନେ ହେଉଛି ।
ଆଗାମୀ ୫ ବର୍ଷରେ ଅର୍ଥ ବ୍ୟବସ୍ଥାକୁ ଦ୍ୱିଗୁଣିତ କରି ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ମୋଦି ସରକାରଙ୍କର ଏହା ପ୍ରଥମ ପଦକ୍ଷପେ ବୋଲି ଜଣା ପଡୁଛି ।
Comments are closed.