Latest Odisha News

ଖସୁଛି ପାରଦ ବଢ଼ୁଛି ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ବଢ଼ୁଛି ଶୀତ, କମୁଛି ପାରଦ । ରାଜ୍ୟର କିଛି ସ୍ଥାନରେ ଶୀତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ପାରଦ କମିବ ଓ ଶୀତ ବଢ଼ିବ । ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ଉପରେ କୌଣସି ପ୍ରଭାବ ନାହିଁ । ୧୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

ବିଶେଷ କରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେତେକ ସ୍ଥାନରେ ସାମାନ୍ୟରୁ ଅଳ୍ପ କିଛି ସ୍ଥାନରେ କୁହୁଡ଼ି ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଶୀତ ଯୋଗୁଁ ପ୍ରଭାବିତ ହେଲାଣି ଫୁଲବାଣୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୋହଲା ପବନ ବହୁଛି ।

Comments are closed, but trackbacks and pingbacks are open.