Latest Odisha News

ମଲିକଙ୍କ ଉଦ୍ଦେଶ୍ୟରେ ଫଡନାଭିସ କହିଲେ, ଦୀପାବଳି ପରେ ଫୁଟିବ ବୋମା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ଏନସିପି ନେତା ନୱାବ ମଲିକଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁ ବ୍ୟକ୍ତି ଅଣ୍ଡରୱାର୍ଲ୍ଡ ସହ ଜଡିତ ସେ ମୋ ବିଷୟରେ ଟିପ୍ପଣୀ ଦେବା ଶୋଭନୀୟ ନୁହେଁ । ଦୀପାବଳି ପରେ ମୁଁ ବଡ ବୋମା ପକାଇ ରହସ୍ୟ ଉଜାଗର କରିବି ଓ ଏହାର ପ୍ରମାଣ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନିକଟକୁ ପଠାଇବି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ଏକ ମ୍ୟୁଜିକ ଭିଡିଓ ପାଇଁ ଜେଲରେ ଥିବା ଜଣେ ଡ୍ରଗ୍ସ ବ୍ୟାପାରୀ ଅର୍ଥ ଲଢ଼ାଇଥିଲେ ବୋଲି ମାଲିକ ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.