Latest Odisha News

BREAKING NEWS

ମହାରାଷ୍ଟ୍ରରେ ରାତାରାତି ବଦଳିଲା ରାଜନୈତିକ ସମୀକରଣ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ୍

ମୁମ୍ବାଇ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଆସନକୁ ନେଇ ଜାରି ରହିଥିବା ହାଇଭୋଲଟେଜ୍ ଡ୍ରାମାର ଅନ୍ତଘଟିଛି । ରାତାରାତିି ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ସରକାର ଗଢିଛନ୍ତି ବିଜେପି-ଏନସିପି ମେଣ୍ଟ ।

ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ୍ ଶପଥ ଗ୍ରହଣ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ରାଜ୍ୟପାଳ ବିଏସ୍ କୋଶିୟାରି ଆଜି ସକାଳ ପ୍ରାୟ ୮ଟା ସମୟରେ ମୁମ୍ବାଇ ଠାରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Leave A Reply

Your email address will not be published.