Latest Odisha News

BREAKING NEWS

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି । ଏହା ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନର । ଆଉ ଏହି ସୁନାର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ତିନୋଟି ରୁପାମୁକୁଟ ମଧ୍ୟ ଅର୍ପଣ କରିଛନ୍ତି ଭକ୍ତ ଚିରାଗ ଚିନୁଭାଇ ପଟେଲ । ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।

ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଛି । ଆଜି ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରିଛନ୍ତି ।

Comments are closed.