Latest Odisha News

ଖରାରେ ସିଝୁଛନ୍ତି ଭକ୍ତ, କାହାର ନିଘା ନାହିଁ

ଭକ୍ତଙ୍କୁ ଭାବ ଡୋରିରେ ଭଗବାନ ଟାଣିଥାନ୍ତି । ଭଗବାନଙ୍କୁ ଯେତେ ସମ୍ମାନ, ଭକ୍ତି ଓ ସ୍ନେହ ଦେଉଛେ ସେତିକି ଭକ୍ତଙ୍କୁ ମଧ୍ୟ ଦେବା ଉଚିତ । ଅଥଚ ପୁରୀରେ ଭକ୍ତ ହେଉଛନ୍ତି କଲବଲ । ଡହଡହ ଖରାରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସେମାନେ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି । ମାତ୍ର ପ୍ରଶାସନର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସହ୍ୟ ଯନ୍ତ୍ରଣାର ଶୀକାର ହେଉଛନ୍ତି । ଖାଲି ପାଦରେ ଦୌଡି ଦୌଡି ଯିବା ଅତ୍ୟକ୍ତ କଷ୍ଟକର । ଆଉ ଏଠାରୁ ଫେରିବା ବେଳେ ସେମାନେ ତିକ୍ତ ଅନୂଭୁତି ନେଇ ଫେରୁଛନ୍ତି । ଦିବ୍ୟାଙ୍ଗ ଓ ବୃଦ୍ଧ, ବୃଦ୍ଧାଙ୍କ କଥା ଛାଡ । ଏହି ଗ୍ରୀଷ୍ମ ପ୍ରବାହ ଯୋଗୁ ଯଦି କିଛି ଅଘଟଣ ଘଟେ ତାହାହେଲେ ଦାୟୀ କିଏ ହେବ ।

ପୂର୍ବରୁ ୪ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ରହୁଥିଲା । ଯାହା ଫଳରେ ସମସ୍ତେ ଭଲ କରି ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ । ଏବେ ଗୋଟିଏ ଦ୍ୱାର ଦେଇ ଭକ୍ତମାନେ ଯିବା ଫଳରେ ଭୀଡ ହେଉଛି । ଆଉ ପରୋକ୍ଷରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତମାନେ । ପୁରୀ ବାସିନ୍ଦାମାନେ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରିବା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିରୋଧ ପରେ ମଝିରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା । ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପ୍ରବେଶ ବ୍ୟବସ୍ଥା କରାଗଲା । ମାତ୍ର ଅନ୍ୟ ୨ ଦ୍ୱାରରେ ଏବେ ବି ରହିଛି କଟକଣା । ଶ୍ରୀମନ୍ଦିର ପରିକ୍ରମା ଆଳରେ ଏବେ ତିନି ଦ୍ୱାର ପୁନର୍ବାର ବନ୍ଦ ରହିଛି ।

ପୁରୀବାସୀ ଯେଉଁଠି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଠି ଆଉ ଦୂରରୁ ଆସୁଥିବା ଭକ୍ତଙ୍କ କଥା ଛାଡ । ଗ୍ରୀଷ୍ମ ପ୍ରବାହ ହେବା ନେଇ ପ୍ରଶାସନ ଆଗୁଆ ଜାଣିଥିଲେ ମଧ୍ୟ ଆବଶ୍ୟକ ମୂଳକ ପଦକ୍ଷେପ ଗ୍ରହଣ ନ କରିବା ନିଶ୍ଚିତ ଭାବେ କ୍ଷୋଭର ବିଷୟ । ମହାପ୍ରଭୂଙ୍କ ଦଶର୍ନ ପାଇଁ ସବୁ କଷ୍ଟ ସହିବାକୁ ସେମାନେ ପ୍ରସ୍ତୁତ ଥିଲେ ମଧ୍ୟ ଏବେ ଏହା ଅସହ୍ୟ ହୋଇ ପଡୁଛି ।

Leave A Reply

Your email address will not be published.