Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ; ଯୋଗୀଙ୍କ ପ୍ରଶଂସା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ପୁଅ ଅସଦକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶ ପୁଲିସ। ଆଜି ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ଟିମ୍‌ ସର୍ଚ୍ଚ ଅପରେସନ ବେଳେ ଝାନ୍‌ସୀରେ ଅସଦକୁ ଏନ୍‌କାଉଣ୍ଟର କରିଛି।  ଉମେସ ପାଲ୍ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକ ଅସଦ ଓ ଗୁଲାମକୁ ଖୋଜୁଥିଲା ପୁଲିସ। ଉଭୟଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ହେଲେ ଆଜି ପୁଲିସ ସର୍ଚ୍ଚ ଅପରେସନ  ବେଳେ ଉଭୟ ପକ୍ଷରୁ ଗୁଳି ବିନିୟମରେ ଅସଦ ଓ ଗୁଲାମର ମୃତ୍ୟୁ ହୋଇଛି। ମୃତ ଅପରାଧୀ ଠାରୁ ପୁଲିସ ବିଦେଶ ନିର୍ମିତ ମାରଣାସ୍ତ୍ର ମୋବାଇଲ ଫୋନ୍ ଓ ସିମ୍ କାର୍ଡ ଜବତ କରିଛି।

ଆଜି ଅପରାହ୍ନରେ ଗୁଲାମ ଓ ଅସଦ ୟୁପି ପୁଲିସ ଉପରେ ଗୁଳି ମାଡ କରିଥିଲେ। ଆଉ ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଉଭୟଙ୍କର ମୃତ୍ୟୁ ହୋଇଛି। ପୁଲିରସର ସୂଚନା ଅନୁସାରେ ଅସଦ ଅହମଦ ଉମେଶଙ୍କୁ ହତ୍ୟା କରି ଲକ୍ଷ୍ନୌ ଫେରାର୍ ହୋଇଯାଇଥିଲା। ଏହାପରେ ସେଠାରୁ କାନପୁର ପରେ ମୀରଟ ଓ ଦିଲ୍ଲୀ ପଳାଇଯାଇଥିଲା। ଏହାପରେ ସେ ବାଇକ୍‌ ଯୋଗେ ମଧ୍ୟପ୍ରଦେଶ ଖସିଯିବାକୁ ଭାବିଥିଲା। ହେଲେ ଅତିକ ଅହମଦ ଗ୍ୟାଙ୍ଗର ଜଣେ ଖବରାଦାତା ପୁଲିକ ଅସଦର ଠିକଣା ଦେଇଥିଲା। ଖବର ପାଇ ପୁଲିସ ବାଇକ୍‌ରେ ଯାଉଥିବା ଅସଦକୁ ଧରିବାକୁ ଚେଷ୍ଟା କରିଥିଲା। ଏହାପରେ ଉଭୟ ପକ୍ଷରୁ ଗୁଳିମିନିୟମରେ ଦୁଇ ଅପରାଧିଙ୍କର ମୃତ୍ୟୁ ହୋଇଛି।

ଦୁଇଜଣ ଡିଏସ୍‌ରି ରାଙ୍କର ଅଫିସର ଏହି ଅପରେଶନର ଦାୟିତ୍ୱ ନେଇଥିଲେ। ୧୨ ଜଣ ପୁଲିସ କର୍ମୀ ଏଥିରେ ସାମିଲ୍ ଥିବା ବେଳେ ଝାନ୍‌ସୀର ବାବିନା ରୋଡ୍‌ରେ ଏନ୍‌କାଉଣ୍ଟର ସମୟରେ ମୋଟ ୪୨ ରାଉଣ୍ଡ ଗୁଳି ଫୁଟିଥିଲା ବୋଲି ପୁଲିସ ସୂଚନା ଦେଇଛି।

ଅନ୍ୟପଟେ ଏନ୍‌କାଉଣ୍ଟର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପୁଲିସକୁ ପ୍ରଶଂସା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ତଦାରଖ ପାଇଁ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି, ସ୍ପେଶାଲ ଡାଇରେକ୍ଟର ଜେନେରାଲ୍(ଲ ଆଣ୍ଡ ଅର୍ଡର) ଓ ସାମିଲ୍ ଥିବା ପୁଲିସ କର୍ମୀଙ୍କୁ ପ୍ରଶଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କୈଶବ ପ୍ରସାଦ ମୌର୍ଯ୍ୟ ଘଟଣାକୁ ଐତିହାସିକ କହିବା ସହ ଅନ୍ୟ ଅପରାଧିମାନଙ୍କ ପାଇଁ ଏହା ଏକ ମେସେଜ୍ ବୋଲି କହିଛନ୍ତି।

କଣ କହିଲା ଗ୍ୟାଙ୍ଗଷ୍ଟର ?
ଅନ୍ୟପଟେ ପୁଅ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛି ଅତିକ ଅହମଦ। ଏଥିପାଇଁ ତାର ଅନ୍ତିମ କ୍ରିୟାରେ ସାମିଲ ହେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛନ୍ତି।
ଅଖିଳେଶ ଯାଦବ- ମିଛ ଏନ୍‌କାଉଣ୍ଟର କରି ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚାହୁଁଛି। ବିଜେପି ନ୍ୟାୟାଳୟରେ ବିଶ୍ୱାସ କରୁ ନାହିଁ। ଆଜିର ଓ ନିକଟରେ ଏନ୍‌କାଉଣ୍ଟର ହୋଇଥିବା ସମସ୍ତ ମାମଲାର ତଦନ୍ତ କରି ଦୋଷୀକୁ ଧରାଯାଉ। ଭୁଲ ଠିକ୍ ନିଷ୍ପତ୍ତି ନେବା କ୍ଷମତାର ହୋଇନଥାଏ। ବିଜେପି ଭାଇଚାରା ବିରୋଧରେ ରହିଛି।
ଅସଦୁଦ୍ଦିନ ଓେସୀ- ଏଆଇଏମ୍‌ଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସୀ ଏନ୍‌କାଉଣ୍ଟରକୁ ନିନ୍ଦା କରିଛନ୍ତି। ଯଦି ବୁଲେଟ୍ ସାହାଯ୍ୟରେ ଆପଣ ନ୍ୟାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ତେବେ କୋର୍ଟକୁ ବନ୍ଦ କରିଦିଅନ୍ତି। ବିଜେପି ଏହାର ଉତ୍ତର ଦେବା ଦରକାର ଯେ ଯେଉଁମାନେ ଜୁନେଦ ଓ ନଶୀରଙ୍କୁ ହତ୍ୟା କଲେ କଣ ସେମାନଙ୍କୁ ଏନ୍‌କାଉଣ୍ଟର କରାଯିବ ? ନା..। କାରଣ ଆପଣ ଧର୍ମ ଆଧାରାରେ ଏନ୍‌କାଉଣ୍ଟର କରୁଛନ୍ତି।

ଅନ୍ୟପଟେ ଅସଦର ଏନ୍‌କାଉଣ୍ଟରେ ଖୁସି ହୋଇଛନ୍ତି ଉମେଶ ପାଲ୍‌ ମାଆ ଶାନ୍ତି ଦେବି ଓ ତାଙ୍କ ପତ୍ନୀ। ଅସଦର ଏନକାଉଣ୍ଟର ତାଙ୍କ ମୃତ ପୁଅ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଶାନ୍ତି ଦେବୀ କହିଛନ୍ତି। ଏଥିସହିତ ତାଙ୍କର ଯୋଗୀ ସରକାର ଉପରେ ପୂରା ବିଶ୍ୱାସ ଅଛି ବୋଲି ଶାନ୍ତି ଦେବି କହିଛନ୍ତି। ଅନ୍ୟପଟେ ଉତ୍ତର ପ୍ରଦେଶ ପୁଲିସ ମଧ୍ୟ ଅପରାଧ ପାଇଁ ଶୂନ ସହନଶୀଳତା ନୀତି ଆପଣାଉଛି ବୋଲି ମୁଖ୍ୟ ପୁଲିସ ଅଧିକାରୀ କହିଛନ୍ତି।  

 

 

Leave A Reply

Your email address will not be published.