Latest Odisha News

BREAKING NEWS

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ:ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ପାଇଁ ଦୁଇ ବର୍ଷ ଚନ୍ଦ୍ରଭାଗ ସ୍ନାନ ବାଧାପ୍ରାପ୍ତ ହେବା ପରେ ଆଜି ଭୋର ପ୍ରାୟ ୫ଟା ସମୟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ତ୍ରିବେଣୀଶ୍ୱର,ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି।

ଦୁଇ ବର୍ଷର ପରେ ସ୍ନାନ କରିବାକୁ ସୁଯୋଗ ମିଳୁଥିବାରୁ ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗାରେ ଭକ୍ତସମାଗମ ହୋଇଥିଲା। ଆଜି ଭୋରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ସମୁଦ୍ରୀରେ ବୁଡ଼ ପକାଇଥିଲେ। ଆଇନ ଶୃଙ୍ଖଳାକୁ ଦେଖି ବେଳାଭୂମିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତା ସହିତ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ ଟିମ୍‌ ମଧ୍ୟ ନିୟୋଜିତ କରାଯାଇଛି।

Comments are closed.