Latest Odisha News

BREAKING NEWS

ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଆରମ୍ଭରୁ ଜମିଲାଣି ବାବାଙ୍କ ମେଳି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । କରୋନା କଟକଣା ନଥିବାରୁ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ରହିଛି ।

ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି ମିଳିଛି । କେବଳ ଏତିକି ନୁହେଁ ଯାତ୍ରା ଜଗତରେ ଥିବା ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳିବ ।

ସବୁଠୁ ବଡ଼ କଥା ହେଉଛି କୌଣସି ଯାତ୍ରାପାର୍ଟି ଅଶ୍ଳିଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି କଟକଣା ଲାଗାଇଛି ବିଏମସି। ତେବେ ଏ ବର୍ଷ ମେଳାରେ ପରିଷ୍କାର, ପରିଚ୍ଛନ୍ନ ଓ ସାନିଟେସନକୁ ଅଧିକ ଗୁରୁତ୍ବ ଦେଇଛି ବିଏମସି ।

 

Leave A Reply

Your email address will not be published.