Latest Odisha News

BREAKING NEWS

ଚରଣାମୃତ ଭାବି ଭକ୍ତ ପିଇଗଲେ ଏସି ପାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶ୍ରୀ ବାଙ୍କେ ବିହାରୀ ମନ୍ଦିରର ଏକ ରୋଚକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଲୋକମାନେ ମନ୍ଦିରର ବାହାର କାନ୍ଥରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ପିଇବାରେ ଲାଗିଛନ୍ତି। ଏପରିକି ଏହାକୁ ଠାକୁର ଜିଙ୍କ ଚରଣାମୃତ ବୋଲି ବିବେଚନା ମଧ୍ଯ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଭକ୍ତମାନେ କାନ୍ଥରେ ଲାଗିଥିବା ହାତୀ ଆକୃତିର ଏକ ସ୍ଥାନରୁ ବାହାରୁଥିବା ପାଣି ପିଉଛନ୍ତି, ଏହାକୁ ଚରଣାମୃତ ବୋଲି ଭାବି କିଛି ଲୋକ ମଧ୍ୟ ଏହି ଜଳକୁ ସେମାନଙ୍କ ମୁଣ୍ଡରେ ମାରୁଛନ୍ତି।

ତେବେ ମନ୍ଦିରର ପୁରୋହିତମାନେ ମଧ୍ୟ ଏହାକୁ ଚରଣାମୃତ ନୁହେଁ ବରଂ ଏସିରୁ ବାହାରୁଥିବା ପାଣି ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.