Latest Odisha News

BREAKING NEWS

ଭ୍ୟାନିଟ ପାଇଁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଭକ୍ତ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ଭ୍ୟାନିଟ ବ୍ୟାଗ ମାଙ୍କଡ ନେଇଯିବାରୁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଜଣେ ଭକ୍ତ। ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜଣେ ଭକ୍ତଙ୍କ ଭ୍ୟାନିଟ ବ୍ୟାଗ ମାଙ୍କଡ ନେଇଯାଇ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରକୁ ଚାଲିଯାଇଥିଲା। ପରେ ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ଵାର ଗୁମୁଟ ଉପରକୁ ଚଢି ମାଙ୍କଡ଼ ନିକଟରୁ ଭ୍ୟାନିଟ ବ୍ୟାଗ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ।‌

ପରବର୍ତ୍ତୀ ସମୟରେ ସେଠାରେ ଉପସ୍ଥିତି ଥିବା ସୁରକ୍ଷାକର୍ମୀ ଓ ପୋଲିସ ସମ୍ପୃକ୍ତ ଭକ୍ତଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଭ୍ୟାନିଟ ବ୍ୟାଗ ଉଦ୍ଧାର ପାଇଁ ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ଵାର ଗୁମୁଟ ଉପରେ କିଭଳି ଗଲେ। ସିଂହଦ୍ଵାର ଗୁମୁଟ ଉପରେ ଭକ୍ତ ଜଣକ ଚଢ଼ିବା ବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମାନେ ସମ୍ପୃକ୍ତ ଭକ୍ତଙ୍କୁ କାହିଁକି ବାରଣ କରିନଥିଲେ‌।

ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଚଢ଼ି ଆତ୍ମହତ୍ୟା କରିଥିବା ନଜିର ରହିଛି। ତେବେ ଆଜି ଗୁମୁଟ ଉପରେ ଚଢିଥିବା ସମ୍ପୃକ୍ତ ଭକ୍ତ ଜଣକର ଯଦି କୌଣସି ଅଘଟଣ ଘଟିଥାଆନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ସେନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.