Latest Odisha News

ଭେଙ୍କେଟେଶ୍ୱରଙ୍କ ଦର୍ଶନ ପାଇଁ ୧୮୦ କୋଟି ଟଙ୍କାର ଆଭୂଷଣ ପରିଧାନ କରି ଆସିଥିଲେ

ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଶ୍ରୀ ଭେଙ୍କେଟେଶ୍ୱରଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି । ମାତ୍ର ନିକଟରେ ମନ୍ଦିର ପରିସର ନିକଟରେ ହଠାତ ଗହଳି ହୋଇ ଯାଇଥିଲା । ପରେ ଜଣା ପଡିଥିଲା ଏକ ପରିବାର ୨୫ କିଗ୍ରା ଆଭୂଷଣ ପରିଧାନ କରି ଆସିଛନ୍ତି । ଏମାନଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ଜଣେ ଛୋଟପିଲା ରହିଥିଲେ । ଆଭୂଷଣର ମୂଲ୍ୟ ୧୮୦ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଇଛି । ସୁନାର ଚେନ, ଚଷମା, ମୁଦି ଏବଂ ହାର ପିନ୍ଧି କରି ସେମାନେ ଆସିଥିଲେ । ଏକ ମୋଟ ଚେନ ଉପରେ ୭ ନମ୍ବର ଲେଖା ରହିଥିଲା ।

ସେମାନଙ୍କ ସୁରକ୍ଷା ପାଇଁ ୨ଜଣ ପୁରୁଷ ଓ ଜଣେ ପୋଲିସକର୍ମୀ ରହିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭେଙ୍କେଟେଶ୍ୱରଙ୍କ ମନ୍ଦିରକୁ ପ୍ରତି ଦିନ ୭୫ରୁ ୯୦ ହଜାର ଭକ୍ତ ଆସିଥାନ୍ତି । ଜୁଲାଇରେ ୧୨୫ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା । ୧୬.୨ ଏକର ପରିସରରେ ଏହି ମନ୍ଦିର ନିର୍ମିତ । ଏଠାରେ ଭକ୍ତଙ୍କ ସେବା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା ରହିଛି ।

Comments are closed.