Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ। ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗା ଦର୍ଶନ ପାଇଁ ଉଭୟ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ ନାହିଁ ।  ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଆଉ ଦେଖାଇବାକୁ ପଡିବ ନାହିଁ । ଆଜିଠାରୁ ଭକ୍ତ ଶ୍ରଦ୍ଧାଳୁ ମାନେ ବିନା କୌଣସି ଦ୍ୱିଧାରେ ଶ୍ରୀମନ୍ଦିର ଯାଇପାରିବେ।

କିନ୍ତୁ ପୂର୍ବ ନିଷ୍ପତ୍ତି ମୁତାବକ ପୁରୀବାସୀ ମାନେ ପଶ୍ଚିମଦ୍ବାର ଓ ଅନ୍ୟ ସମସ୍ତ ଭକ୍ତ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିବେ।

ପ୍ରତ୍ୟକ ରବିବାର ମଧ୍ୟ ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ। ତେବେ ପୂର୍ବରୁ କୋଭିଡ୍ କଟକଣା ମୁତାବକ ଚାରିଦିନ ଭିତରର ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ସହ ପରିଚୟପତ୍ରର ଆବଶ୍ୟକ ପଡୁଥିଲା । ଭକ୍ତ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନରେ ଠିଆ ହୋଇ କିଓସ୍କୋରେ ନିଜର ଫଟୋଗ୍ରାଫି କରି ଶ୍ରୀମନ୍ଦିର ଯାଉଥିଲେ ।

କିନ୍ତୁ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରୁ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେପଟେ ଭକ୍ତ ଶ୍ରଦ୍ଧାଳୁଙ୍କୁ ମୁହଁରେ ମାସ୍କ ପରିଧାନ କରିବା ସହ କିଓସ୍କୋରେ ହାତ ସାନିଟାଇଜ୍ କରି ଓ ସାମାଜିକ ଦୂରତା ରକ୍ଷା କରି ଶ୍ରୀମନ୍ଦିର ଯିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି |

Comments are closed, but trackbacks and pingbacks are open.