ଭୁବନେଶ୍ଵର: ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋରରୁ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ବିଶ୍ବାସ ରହିଛି ଏହି ଦିନରେ ଏଠାରେ ପିଣ୍ଡ ଦାନ କଲେ ପିତୃ ପୁରୁଷ ମୋକ୍ଷ ପାପ୍ତି ହୋଇ ଥାଆନ୍ତି । ସେଥିପାଇଁ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
ଚଳିତବର୍ଷ ବାରୁଣୀରେ ସ୍ବଚ୍ଛ ପରିମଳ ଉପରେ ଅଧିକ ଦୃଷ୍ଟି ଦିଆଯାଇଛି । ଆସୁଥିବା ଶ୍ରଦ୍ଧାଳୁମାନେ କିପରି ହଇରାଣ ନ ହେବ ସୁରକ୍ଷିତ ଭାବେ ବୁଡ଼ ପକାଇ ଯିବେ ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେପଟେ ଘାଟକୁ ପରିସ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି । ବିଶ୍ୱାସ ରହିଛି ଏହି ଦିନରେ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାପ୍ତି ହୋଇଥାନ୍ତି । ଯେଉଁଥିପାଇଁ ଧାଇଁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । କେବଳ ଯାଜପୁର ସହରର ଲୋକ ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଏହି ବୈତରଣୀର ଦଶାଶ୍ବମେଧ ଘାଟକୁ ଧାଇଁ ଆସନ୍ତି । ବୈତରଣୀ ନଦୀ ଘାଟକୁ ଅନେଶ୍ୱଣ ଗ୍ରୁପ ପକ୍ଷରୁ ପୂଜାଅର୍ଚ୍ଚନା କରାଯିବା ସହ ସଫେଇ କରାଯଇଥିଲା ।
ପୁରାଣରେ ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ 12 ବର୍ଷ ବଡ଼ । ସେଥିପାଇଁ ପ୍ରତିବର୍ଷ ଆଜିର ଦିନରେ ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି । ଏହି ପରିପ୍ରେକ୍ଷୀରେ ବୈତରଣୀ ନଦୀ କୂଳ ଲୋକାରଣ୍ୟ ହୋଇଉଠିଛି । ଭକ୍ତମାନେ ନଦୀରେ ପବିତ୍ର ସ୍ନାନ ଓ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶାସ୍ତ୍ରୀୟ ମତ ଅନୁସାରେ, ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଏ । ଗଙ୍ଗା ନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତ ଭିକ୍ଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବ ପୁରୁଷମାନେ ଆସି ପିଣ୍ଡ ପାଇବା ପାଇଁ ବୈତରଣୀ ନଦୀ କୂଳରେ ଅପେକ୍ଷା କରିଥାନ୍ତି । ସେଥିପାଇଁ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ବିଶେଷ ଭିଡ ହୋଇଥାଏ । ବାରୁଣୀ ସ୍ନାନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ସାରିବା ପରେ ମା ବିରଜାଙ୍କ ଦର୍ଶନ କରି କୃପା ଭିକ୍ଷା କରନ୍ତି ।
Comments are closed.