ପୁରୀ: ନବବର୍ଷରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଆଜି ରାତ୍ର ୧୧ ଟାରେ ରାତ୍ର ପହୁଡ଼ କରାଯାଇ ରାତ୍ର ୨ଟା ରେ ଦ୍ବାରଫିଟା ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ସବୁକିଛି ନୀତି କାନ୍ତି ଶୃଙ୍ଖଳିତ ଭାବେ ଚାଲିଥିବା ବେଳେ ଭକ୍ତମାନେ ମଧ୍ୟ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କର ଦର୍ଶନ କରୁଛନ୍ତି । ଆସନ୍ତାକାଲି ନବବର୍ଷରେ ଭକ୍ତ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଅନୁଯାୟୀ ଆସନ୍ତାକାଲି ରାତ୍ର ୧୧ ଟାରେ ପହୁଡ ନୀତି ହେବ । ଏଣୁ ସେହି ଅନୁଯାୟୀ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି ।
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ତର ଦ୍ବାର ବାଟେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ବାହାର କାଠ ନିକଟରେ ମହାପ୍ରଭୁଙ୍କ ସମ୍ମୁଖରେ ଛିଡା ନ ହେବା କୁହାଯାଇଛି ।