Latest Odisha News

BREAKING NEWS

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସଜେଟ୍ ର ଅଧା ବିମାନ ଉଡାଣ ବନ୍ଦ ରଖିବାକୁ ନିର୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ପୁଣି ସ୍ପାଇସ ଜେଟ ପାଇଁ ଖରାପ ସମୟ ଆସିଛି । ବାରମ୍ବାର ଅଭିଯୋଗ ପରେ ଏହି ବିମାନ ଉଡାଣ କଂପାନି ଉପରେ ପୁଣି ପ୍ରତିବନ୍ଧକ ଲଗାଇଛି ଡିଜିସିଏ ।  କମ୍ପାନିର ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିଲା । ଏବେ ପୁଣି ଅଧା ବିମାନ ଉଡାଣ ପାଇଁ  କଟକଣାର ସମୟସୀମାକୁ ଆଉ ମାସେ  ବୃଦ୍ଧି କରାଯାଇଛି। ଅକ୍ଟୋବର ୨୯ ପର୍ଯ୍ୟନ୍ତ କମ୍ପାନିର ୫୦ ପ୍ରତିଶତ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇନାହିଁ ଡିଜିସିଏ ।

BjdElectrycity

ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏପରି ପ୍ରତିବନ୍ଧକ ଲଗାଇଛନ୍ତି ।ତେ‌ବେ ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ସ୍ପାଇସଜେଟ୍ ଦ୍ବାରା ଦାଖଲ ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଡିଜିସିଏକୁ ସନ୍ତୁଷ୍ଟ କରିପାରିନଥିବା ଜଣାପଡିଛି ।

Leave A Reply

Your email address will not be published.