Latest Odisha News

BREAKING NEWS

ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ପରେ ଗର୍ଭପାତ, ଭ୍ରୁଣ ଧରି ପୋଲିସ ପାଖରେ ପହଞ୍ଚିଲେ ଶାଶୂ

ବରେଲି: ହାଥରସ୍, ଉନ୍ନାଅ ପରେ ବରେଲିରେ ନାରକୀୟ କାଣ୍ଡ ଘଟିଛି । ମଣିଷ ଏମିତି ପଶୁ ପାଲଟି ଜଣେ ୩ ମାସର ଅନ୍ତଃସତ୍ତ୍ୱା ମହିଳାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ କରିବ ତାହା କେହି କଳ୍ପନା ବି କରି ପାରିବେ ନାହିଁ । ଉତ୍ତରପ୍ରଦେଶ ବରେଲିରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି । ଯାହା ପରେ ପୀଡ଼ିତାଙ୍କ ଶାଶୂ ଭ୍ରୂଣକୁ ନେଇ ଏସ୍ଏସପି ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଏହି ଘଟଣା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିଛି । ସୂଚନା ଅନୁସାରେ, ୩ ମାସର ଗର୍ଭବତୀଙ୍କୁ ଗଣଦୁଷ୍କର୍ମ ପରେ ଗର୍ଭପାତ ହୋଇ ଯାଇଛି । ମହିଳା ଜଣଙ୍କ କୌଣସି କାମରେ ଚାଷ ଜମିକୁ ଯାଇଥିଲେ । ସେହି ସମୟରେ ସେଠାରେ ଥିବା କିଛି ଲୋକ ଦୁଷ୍କର୍ମ କରି ବିଲରେ ଛାଡ଼ି ଚାଲି ଯାଇଥିଲେ । ଅନେକ ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି କ୍ଷେତରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ ।

ସଙ୍ଗେ ସଙ୍ଗେ ପରିବାର ଲୋକ ମହିଳାଙ୍କୁ ଗମ୍ଭୀର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ପରେ ବି ଗର୍ଭସ୍ଥ ଛୁଆ ବଞ୍ଚି ପାରିନାହିଁ । ଡାକ୍ତରଙ୍କ ଅନୁସାରେ, ଦୁଷ୍କର୍ମ ସମୟରେ ହିଁ ଛୁଆଟି ମରି ଯାଇଛି । ଏହା ପରେ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇଁ ଅଧିକାରୀଙ୍କ ଚକ୍କର କାଟିବା ବେଳେ ଶାଶୂ ଭ୍ରୁଣକୁ ପ୍ଲାଷ୍ଟିକ ଜାରରେ ନେଇ ଏସଏସପି ଅଫିସରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଛି ।

ମହିଳାଙ୍କ ହାତରେ ଭ୍ରୁଣ ଦେଖି ପୋଲିସ ବି ଚକିତ ହୋଇ ଯାଇଥିଲା । ସବୁକିଛି ଶୁଣିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି । ପୀଡ଼ିତାଙ୍କ ବୟାନ ପୋଲିସ ରେକର୍ଡ କରିଥିବା ବେଳେ ଶୀଘ୍ର ହିଁ ଅଭିଯୁକ୍ତ ଧରା ପଡ଼ିବେ ବୋଲି ଏସପି କହିଛନ୍ତି । ତେବେ ମୁଗ ଅମଳକୁ ନେଇ ବିବାଦ ପରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.