ନୂଆଦିଲ୍ଲୀ: କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ମିଥ୍ୟା ଦାବି ଏବଂ ଏକାଧିକ ମୂଲ୍ୟ ଯୋଗୁଁ ଔଷଧ କମ୍ପାନୀ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ ଜାରି । ‘କେନ୍ଦ୍ରୀୟ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ନୋଟିସ୍ରେ ‘ସିଡିଏସ୍ସିଓ’ କହିଛି ଯେ, ଜଣେ ସାଂସଦ ଅଭିଯୋଗ କରିଛନ୍ତି ଯେ ‘ଫାବିଫ୍ଲୁ’ରେ ସମୁଦାୟ ଚିକିତ୍ସା ବାବଦ ଖର୍ଚ୍ଚ ହେବ ପ୍ରାୟ ୧୨, ୫୦୦ ଟଙ୍କା। ଗ୍ଲେନ୍ମାର୍କ ନିର୍ଦ୍ଧାରଣ କରିଥିବା ଏହି ମୂଲ୍ୟ ଭାରତର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ସ୍ବାର୍ଥାନୁକୂଳ ନୁହେଁ।
ଏହି ଔଷଧ ବ୍ୟକ୍ତିର ହାଇପର୍ ଟେନ୍ସନ୍ ଓ ମଧୁମେହ ଭଳି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ମଧ୍ୟ ଫଳପ୍ରଦ ହେବ ବୋଲି ଗ୍ଲେନ୍ମାର୍କ ଉଲ୍ଲେଖ କରିଛି କିନ୍ତୁ, ବାସ୍ତବରେ ‘ପ୍ରୋଟକଲ୍ ସମରି’ ଅନୁସାରେ, ଏହି ପରୀକ୍ଷଣ ‘ଫାବିଫ୍ଲୁ’ ଯେ ଅନ୍ୟାନ୍ୟ ଶାରୀରିକ ପାଇଁ ଉଦ୍ଦିଷ୍ଟ ତାହା ଦର୍ଶାଯାଇ ନାହିଁ। ଏଥିପାଇଁ ଯଥେଷ୍ଟ ଡାକ୍ତରୀ ତଥ୍ୟ ମଧ୍ୟ ଉପଲବ୍ଧ ହେଉନାହିଁ।
ସୋମବାର ଦିନ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ କହିଛି ଯେ, ‘ଫାବିଫ୍ଲୁ’ର ବଟିକାର ମୂଲ୍ୟ ଟ. ୭୫/- ରହିବ। ସାମାନ୍ୟ କୋଭିଡ୍-୧୯ ଲକ୍ଷଣ ଥିବା ରୋଗୀମାନେ ‘ଫାବିଫ୍ଲୁ’ ବ୍ୟବହାର କରିପାରିବେ ବୋଲି କମ୍ପାନି କହିଛି।
Comments are closed.