Latest Odisha News

BREAKING NEWS

ଓଡିଶା -ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଂଚଳ ସ୍ଥିତି ପରଖିଲେ ପୋଲିସ ଡିଜି

ବାଲେଶ୍ୱର: ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ସୀମାବର୍ତ୍ତୀ ଅଂଚଳରେ ପୋଲିସ ମୁତୟନ ନେଇ ସମୀକ୍ଷା କରିଥିଲେ । ସେ ଲକ୍ଷ୍‌ଣନାଥ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟଠାରେ ପହଞ୍ଚି ପୋଲିସ କର୍ମଚାରୀ ମୁତୟନର ସମୀକ୍ଷା କରିଥିଲେ । କରୋନା ମହାମାରୀ ନ ଥମିବା ଯାଏଁ ପଶ୍ଚିମବଙ୍ଗରୁ ଯେମିତି କେହି ଓଡିଶା ଭିତରକୁ ନ ଆସିପାରିବେ ସେ ନେଇ ଗୁରୁତ୍ୱ ଦେଇଥିଲେ ।

ବାଲେଶ୍ୱରର କରୋନା ପଜିଟିଭ୍ ରୋଗୀ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ମିଳିବା ପରେ ଡିଜି ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହା ପୂର୍ବରୁ ଡିଜି ପୋଲିସ ବାରାକ ସହ ଟାଉନ, ସଦର ଓ ସହଦେବଖୁଣ୍ଟା ଥାନାକୁ ଯାଇଥିଲେ । ସହରର ବିଭିନ୍ନ ଚେକ୍ ପଏଣ୍ଟରେ ପୋଲିସ ମୁତୟନ ନେଇ ଆଲୋଚନା ହୋଇଥିଲା ।

ଡିଜିଙ୍କ ସମୀକ୍ଷା ବୈଠକ ବେଳେ ଆରଡିସି ଅନୀଲ ସାମଲ, ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ଯୁଗଳ କିଶୋର ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ୱରରେ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ରାଜ୍ୟର ଏକ ତୃତୀୟାଂଶ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡିବା ପରେ ଚେକିଂକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.