Latest Odisha News

BREAKING NEWS

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି ।

ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ୍.ପି.ପରମାରଙ୍କ ସମେତ ଜିଲ୍ଲାର ଅନ୍ୟ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ସେଠାରୁ ବାରିପଦା ଆସି ଜିଲ୍ଲା ପୋଲିସ ଅଫିସ ଠାରେ ଏକ ରିଭ୍ୟୁ ମିଟିଂରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ସମାସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ଗଣମାଧ୍ୟମକୁ ସୂଚନା ଦେବାପରେ ସେ ଭୂବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.