Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶା ସୀମାନ୍ତର ୩ଟି ଜିଲ୍ଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଛଡ଼ିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ସୀମାନ୍ତବର୍ତ୍ତୀ ୩ଟି ଜିଲ୍ଲା ଗସ୍ତରେ ଯାଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ରାଉରକେଲା ପହଞ୍ଚି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାରେ କୋଭିସ୍ ସ୍ଥିତି ଓ ପୋଲିସ ଏନଫୋର୍ସମେଣ୍ଟରେ ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ତାଙ୍କ ସହ ବୈଠକରେ ଆଇନ ଶୃଙ୍ଖଳା ଏଡିଜି, ସୁନ୍ଦରଗଡ଼ ଓ ରାଉରକେଲା ଏସପି ଉପସ୍ଥିତ ରହିଥିଲେ ।

ପରେ ଝାରସୁଗୁଡ଼ା ଓ ସମ୍ୱଲପୁର ଜିଲ୍ଲାରେ କୋଭିଡ୍ ମୁକାବିଲା ଓ ପରିଚାଳାନରେ ପୋଲିସ କାର୍ଯ୍ୟର ସମୀକ୍ଷା କରିବେ ପୋଲିସ ଡିଜି । ଏହି ତିନିଟି ଯାକ ଜିଲ୍ଲା ପଡ଼ୋଶୀ ଛଡ଼ିଶଗଡ଼କୁ ଲାଗିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ୱଲପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସୀମାରେ କିଭଳି  ଯାଞ୍ଚ କରାଯାଉଛି ? ଏନଫୋର୍ସମେଣ୍ଟକୁ କିଭଲି କଡ଼ାକଡ଼ି କରିଛି ପୋଲିସ ? ଆଉ କଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ? ସେନେଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ପୋଲିସ ଡିଜି ।

Leave A Reply

Your email address will not be published.