Latest Odisha News

BREAKING NEWS

ପଶ୍ଚିମବଙ୍ଗ ଜନାଦେଶ: ସକାଳ ୧୦ ସୁଦ୍ଧା ଗଣତିରେ ଆଗରେ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ବାଜି ଜିତିବ କିଏ ? ଇଭିଏମ୍ ପେଡ଼ି ଖୋଲିଛି । ଜନମତର ଗଣନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗରେ ରହିଛି ତୃଣମୂଳ କଂଗ୍ରେସ । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡରେ ଟିଏମସି ୧୩୯ଟି ଆସନରେ ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ୧୧୫ଟି ଆସନରେ ଆଗରେ ରହିଛ୍ତି । ବାମଦଳ ମେଣ୍ଟ ୫ଟି ଆସନରେ ଆଗରେ ଚାଲିଛନ୍ତି ।

ବର୍ତ୍ତମାନ ସୁଦ୍ଧା ଗଣତିରୁ ଏହା ସ୍ପଷ୍ଟ ହେଉଛି ଯେ, ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି । ନନ୍ଦିଗ୍ରାମ ଆସନରେ କେତେବେଳେ ମମତା ବାନାର୍ଜୀ ଆଗୁଆ ରହୁଛନ୍ତି ତ କେତେବେଳେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗରେ ଚାଲିଛନ୍ତି । ସରକାର ଗଠନ ପାଇଁ ଯେକୌଣସି ଦଳକୁ ୧୪୮ଟି ଆସନରେ ବିଜୟୀ ହେବାକୁ ପଡ଼ିବ ।

Leave A Reply

Your email address will not be published.