ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି, ଯେଉଁମାନେ ଗଙ୍ଗା ଦର୍ଶନ କରିନାହାନ୍ତି ସେମାନେ ପିତୃପକ୍ଷରେ ମାଆଙ୍କର ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ଓ ସ୍ନାନର ପୁଣ୍ୟ ମିଳିଥାଏ ।
ବର୍ଷକର ଗୋଟିଏ ଥର ମା’ ସମଲେଶ୍ୱରୀଙ୍କର ଧବଳମୁଖୀ ବେଶ ହୋଇଥାଏ । ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ହୁଏ । ଏବର୍ଷ କରୋନା କଟକଣାରେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ଦୁଇଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ସନ୍ଧ୍ୟା ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ ।
Comments are closed.